ପୁରୀରେ କରୋନା ସନ୍ଦିଗ୍ଧଙ୍କୁ ଆଣିବା ବେଳେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ପୁରୀ: କରୋନା ସନ୍ଦିଗ୍ଧଙ୍କୁ ଆଣିବାବେଳେ ଉତ୍ତେଜନା। କରୋନା ପରୀକ୍ଷାରେ ପେଣ୍ଠକଟା ଅଂଚଳର ଜଣେ ବ୍ୟକ୍ତି ପଜିଟିଭ ଜଣାପଡିବା ପରେ ତାଙ୍କୁ ଆଣିବା ପାଇଁ ପ୍ରଶାସନିକ କର୍ମଚାରୀ ଯାଇଥିଲେ । ସେହି ସମୟରେ ଉତ୍ତେଜନା ଦେଖାଦେଇଛି । ସଂକ୍ରମିତ ଲୋକଙ୍କୁ ନଛାଡିବା ପାଇଁ ସ୍ଥାନୀୟ ଲୋକ ଜିଦ ଧରିଥିଲେ । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଓ ପ୍ରଶାସନିକ କର୍ମଚାରୀଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଚିକିତ୍ସା ପାଇଁ ପଜିଟିଭ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନ ଛାଡିବାରୁ ପୁଲିସକୁ ଖାଲି ହାତରେ ଫେରିବାକୁ ପଡିଛି । ଆଉ ଏବେ ବି ଉତ୍ତେଜନା ପରିସ୍ଥିତି ଜାରି ରହିଛି |

ମିଳିଥିବା ସୂଚନା ମୁତାବକ ପୁରୀ ପେଣ୍ଠକଟା ଅଂଚଳକୁ ଜଣେ କରୋନା ସନ୍ଦିଗ୍ଧଙ୍କୁ ଆଣିବା ପାଇଁ ଆଜି ସକାଳେ ସ୍ଥାନୀୟ ଆଶା କର୍ମୀଙ୍କ ସହ ଆଉ କିଛି ସ୍ୱାସ୍ଥ୍ୟ କର୍ମୀ ଯାଇଥିଲେ | ଏହାକୁ ସନ୍ଦିଗ୍ଧଙ୍କ ସମ୍ପର୍କୀୟ ବିରୋଧ କରିଥିଲେ | ଏହା ପରେ ସ୍ଥାନୀୟ ଲୋକ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଟକ ରଖିଥିଲେ | ପୁଲିସ ଏ ବାବଦରେ ସୂଚନା ପାଇବା ପରେ ସେମାନଙ୍କୁ ଉଦ୍ଧାର କରିଛି |

ତେବେ ପେଣ୍ଠକଟା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାବେଳେ ସ୍ଥାନୀୟ ଲୋକ ବ୍ୟାରିକେଡ଼କୁ ଭାଙ୍ଗିଦେଇ ଗୋଷ୍ଠିଗତ ଭାବେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି | ପୁଲିସ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଏବେ ବି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି |

ସମ୍ବନ୍ଧିତ ଖବର