କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଦଶମ ଶ୍ରେଣୀରେ ଛାତ୍ର ଋଷିକେଶ କର୍ମକାରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମ୍ରୁତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ସେ ଏସସିବି ମେଡିକାଲ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ ।
କିନ୍ତୁ ଚିକିତ୍ସା ପରେ ତାଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ତାଙ୍କ ଘର ପୁରୀ ମାଟିଆପଡା ଅଞ୍ଚଳରେ। ଏହି ବର୍ଷ ଋଷିକେଶ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ତାଙ୍କର ଜୀବନ ଚାଲିଯାଇଛି। ତାଙ୍କ ମ୍ରୁତ୍ୟୁରେ ପରିବାର ଲୋକ ସମୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/7-18.jpg)