ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୁଆଳିପଡ଼ା ପଞ୍ଚାୟତର ମାଛପଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ୧୪ଟି ପରିବାରର ୨୧ ବଖରା ଘର ଜାଳି ଦେଇଛନ୍ତି। ଜଣଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ମାଛପଡ଼ା ଗ୍ରାମର ଆଲୁ ମହାନ୍ତିଙ୍କର ସେହି ଗ୍ରାମର ଭାଗୀରଥି ସ୍ବାଇଁଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା। ଏ ନେଇ ଆଲୁ ଗତକାଲି ରାତିରେ ତାଙ୍କ ସହଯୋଗୀଙ୍କ ସହ ଭାଗୀରଥିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏଥିରେ ଗ୍ରାମର ୧୪ ଜଣଙ୍କର ୨୧ ବଖରା ଭସ୍ମୀଭୂତ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା। ଏ ନେଇ ଗ୍ରାମବାସୀ ଡେଲାଙ୍ଗ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତନୟ ନାୟକ ଓ ତପନ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କର ଘର ଭଙ୍ଗାରୁଜା କରିଥିବା ନେଇ ସ୍ମିତା ନାୟକ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।
ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇଦେଲେ, ଜଳିଗଲା ୨୧ ବଖରା ଘର
/sambad/media/post_attachments/wp-content/uploads/2019/11/fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)