ପୁରୀ-ଦୀଘା, ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ପୁଣି ଚାଲିବ

ଭୁବନେଶ୍ବର : ପୁରୀ- ଦୀଘା ଏକ୍ସପ୍ରେସ୍‌, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ପୁଣି ଚାଲିବ। ୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ଆସନ୍ତା ୬ ତାରିଖରୁ ପୁରୀଠାରୁ ଓ ୭ ତାରିଖରୁ ଦୀଘାଠାରୁ ଚାଲିବ। ୧୨୨୭୮/୧୨୨୭୭ ପୁରୀ- ହାୱଡା- ପୁରୀ ଶତାବ୍ଦୀ ଏକ୍ସପ୍ରେସ ଅକ୍ଟୋବର ୨ ତାରିଖଠାରୁ ଉଭୟ ପୁରୀ ଓ ହାୱଡା ଏବଂ ୨୨୮୯୦/୨୨୮୯୯ ପୁରୀ-ଦୀଘା-ପୁରୀ ଏକ୍ସପ୍ରେସ ଚଳାଚଳ କରିବ। ୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସ ପ୍ରତି ଶନିବାର ରାତି ୯.୦୫ ରେ ପୁରୀ ଛାଡ଼ିବ ଓ ପରଦିନ ସକାଳ ୬.୩୫ରେ ଦୀଘାରେ ପହଞ୍ଚିବ ।

ଫେରନ୍ତା ପଥରେ ୨୨୮୮୯ ଦୀଘା-ପୁରୀ ଏକ୍ସପ୍ରେସ ପ୍ରତି ରବିବାର ସନ୍ଧ୍ୟା ୫.୨୫ରେ ଦୀଘା ଛାଡ଼ିବ ଓ ପରଦିନ ୨.୫୫ ରେ ପୁରୀରେ ପହଞ୍ଚିବ। ୧୨୨୭୮/୧୨୨୭୭ ପୁରୀ- ହାୱଡା- ପୁରୀ ଶତାବ୍ଦୀ ଏକ୍ସପ୍ରେସ, ୧୨୨୭୮ ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଦୈନିକ ପୂର୍ବାହ୍ନ ୫.୪୫ରେ ପୁରୀ ଛାଡିବ ଓ ସେହିଦିନ ଅପରାହ୍ନ ୧.୪୫ରେ ହାୱଡାରେ ପହଞ୍ଚିବ । ଫେରନ୍ତା ପଥରେ ୧୨୨୭୭ ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ଦୈନିକ ଅପରାହ୍ନ ୨.୧୫ରେ ହାୱଡାରୁ ବାହାରିବ ଓ ସେହିଦିନ ରାତି ୯.୫୦ରେ ପୁରୀରେ ପହଞ୍ଚିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର