ପୁରୀ: ପ୍ରଥମେ ଥଇଥାନ କର, ତା ପରେ ଉଛେଦ କରିବ | କିଛି ଏଭଳି ଚରମବାଣୀ ଶୁଣାଇଛି ସର୍ବଦଳୀୟ କମିଟି | ପୁରୀରେ ମଠ ଉଚ୍ଛେଦ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ହୋଇଥିବାବେଳେ ପ୍ରଶାସନର ଉଛେଦ ନିଷ୍ପତ୍ତି ହଠାତ୍ ବଦଳିଛି । ବଡଆଖଡା ମଠ ଉଛେଦ ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି ।
ଆଜି ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ସର୍ବଦଳୀୟ କମିଟିର ଆଲୋଚନା ପରେ ଯାହା କିଛି ନିଷ୍କର୍ସ ବାହାରିବ । ପ୍ରଥମେ ସାଧୁସନ୍ଥଙ୍କ ବିରୋଧ ଓ ପରେ ମଠ ସଂସ୍କୃତିର ସୁରକ୍ଷା ଓ ଉଛେଦ ବନ୍ଦ ନେଇ ସର୍ବ ଦଳୀୟ କମିଟି ଦାବି କରିବା ପରେ , ପୁରୀରେ ବନ୍ଦ ହୋଇଛି ଉଛେଦ କାମ ।
ରାଜନୈତିକ ନେତାଙ୍କ ସହିତ ଆଇନଜୀବୀ, ସେବାୟତ, ସ୍ୱେଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠନ ହୋଇଛି ସର୍ବଦଳୀୟ କମିଟି । ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଛି ସର୍ବଦଳୀୟ କମିଟି । ବିନା କୌଣସି ଥଇଥାନରେ କିପରି ମଠ ଭଂଗା ଯିବ, ସାଧୁ ସନ୍ଥ କେଉଁ ସ୍ଥାନରେ ଥଇଥାନ ହେବେ ସେ ନେଇ ପ୍ରଶ୍ନ କରିଛି ସନ୍ଥ ସମାଜ ।