ପୁରୀ ଅଗ୍ନିଶମ ବିଭାଗ ଓ ଜିଆରପି/ଆରପିଏଫ କର୍ମଚାରୀଙ୍କୁ ପୁରସ୍କାର

ଭୁବନେଶ୍ବର : ଗତ ଶୁକ୍ରବାର ପୁରୀ ରେଳଷ୍ଟେସନ୍‌ରେ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗି ଯିବା ଘଟଣାରେ ପୁରୀ ଅଗ୍ନିଶମ ବିଭାଗର କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ପକ୍ଷରୁ ପୁରୀଠାରେ କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ରେଳବାଇ ଦ୍ୱାରା ଏକ ସ୍ୱତନ୍ତ୍ର ଉତ୍ସବରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟ ପାଇଁ ସହାୟତା କରିଥିବା ପୁରୀ ସରକାରୀ ରେଳବାଇ ପୁଲିସ(ଜିଆରପି) ଓ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କୁ ସେମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପ୍ରତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର