ପୁରୀ: ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହୋଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟମହାଦେଇ। ପୁରୀ ବିଧାନସଭା ଆସନ ଅଧୀନ ପୁରୀ ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ଦୋଳମଣ୍ଡପସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୧୪ନମ୍ବର ବୁଥ୍‌ରେ ଉଭୟ ମହାରାଜା ଓ ମହାରାଣୀ ମତଦାନ କରିଛନ୍ତି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ସମୟରେ ମହାରାଜା ଓ ମହାରାଣୀ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ମତଦାନ ପରେ ମହାରାଜା ଦିବ୍ୟସିଂହ ଦେବ ଏହି ମହାନ ପର୍ବରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛନ୍ତି।