ମହାପ୍ରଭୁଙ୍କ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ: ଗଜପତି ମହାରାଜ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ନିର୍ମାଣ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ । ରଥ ନିର୍ମାଣ ଏକ ଧାର୍ମିକ ପର୍ବ କି ଉତ୍ସବ ନୁହେଁ । ଗତକାଲିର ବକ୍ତବ୍ୟକୁ ଭୁଲ ଭାବରେ ପ୍ରସାର କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବୋଲି କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ତେବେ ଗଜପତି ଏହି ପ୍ରସଙ୍ଗରେ ରଥ ନିର୍ମାଣ ଧାର୍ମିକ ଉତ୍ସବ ନୁହେଁ ବୋଲି କହିଥିଲେ । ରଥ ତିଆରି ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଅନୁମତି ମଗାଯାଇଥିଲା । ପୁରୀ ଗ୍ରୀନ ଜୋନରେ ଆସୁଥିବାରୁ ରାଜ୍ୟ ସରକାର ଓ ପ୍ରଶାସନକୁ ତୁରନ୍ତ ଅନୁମତି ମଗାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରି ରଥ ନିର୍ମାଣ ହୋଇପାରିବ ବୋଲି ଗଜପତି ମହାରାଜ କହିଛନ୍ତି । ଏ ନେଇ ସୋମବାର ଶ୍ରୀମନ୍ଦିର ପରିଚାଳନ କମିଟି ବୈଠକରେ ସହମତି ହୋଇଥିଲା ।

ସମ୍ବନ୍ଧିତ ଖବର