ମୁଖ୍ୟ ଶାସନ ସଚିବଙ୍କୁ ଗଜପତିଙ୍କ ଚିଠି : ବିଳମ୍ବ ନ କରି ରଥଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ

ପୁରୀ : କରୋନା କଟକଣା ଯୋଗୁଁ ରଥଯାତ୍ରା ହେବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ଆଶଙ୍କା ଥିବା ବେଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଲେଖିଥିବା ଏକ ଇ ମେଲ ଚିଠିରୁ ଗଜପତି ମହାରାଜ ବହୁ ପୂର୍ବରୁ ଏ ନେଇ ନିଜର ସ୍ପଷ୍ଟ ମତ ରଖି ସାରିଥିବା ଜଣାପଡିଛି। କରୋନା କଟକଣା ସମୟରେ ମହାପ୍ରଭୁଙ୍କ ଯାନିଯାତ୍ରା କିଭଳି ହେବ ସେ ନେଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ଗତ ୧୫ ତାରିଖରେ ଦେଇଥିବା ଏକ ଇ ମେଲ ଚିଠିରୁ ଏ କଥା ସ୍ପଷ୍ଟ ହୋଇଛି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବିଳମ୍ବ ନ କରି ତୁରନ୍ତ ନିଷ୍ପତ୍ତି ନେବାକୁ ଚିଠିରେ ଗଜପତି ଉଲ୍ଲେଖ କରିଛନ୍ତି। ତେବେ ଗତ ୬ ତାରିଖରେ ଗଜପତି ମହାରାଜ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ମହାପ୍ରଭୁଙ୍କ ଯାନିଯାତ୍ରା କିଭଳି ପାଳନ କରାଯିବ ସେ ସଂପର୍କରେ ଅବଗତ କରାଯାଇଥିବା ଗଜପତି ସ୍ପଷ୍ଟ କରିଛନ୍ତି। ତେବେ ଗଜପତି ୧୧ ଦିନ ତଳୁ ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଥିଲେ ଚନ୍ଦନଯାତ୍ରା ଓ ରଥଯାତ୍ରା ନେଇ ସରକାରୀ ସ୍ତରରେ କୌଣସି ଆଲୋଚନା ହୋଇନାହିଁ।

ସମ୍ବନ୍ଧିତ ଖବର