ପୁରୀ : ପୁରୀ ଗଣଦୁଷ୍କର୍ମ ଘଟଣାରେ ଜଣେ ଯବାନ ମଧ୍ୟ ଅଭିଯୁକ୍ତ। ଆଜି ଏ ସଂପର୍କରେ ତଥ୍ୟ ପଦାକୁ ଆସିଛି। ଦୁଇ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ରେଣ୍ଢା ଗ୍ରାମର ବୁଲୁ ବାରିକ ଜଣେ ଯବାନ ବୋଲି ଜଣାପଡ଼ିଛି। ସେ ଛୁଟିରେ ଆସିଥିବା ବେଳେ ଜିତୁ ସହିତ ମିଶି ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମରେ ସାମିଲ ଥିଲା। ପୀଡ଼ିତାଙ୍କୁ ବହିଷ୍କୃତ ପୁଲିସ କନେଷ୍ଟବଳ ଜିତୁ ଓ ବୁଲୁ ମିଶି ଦୁର୍ଷ୍କମ କରିଥିଲେ। ଫେରାର ଅନ୍ୟ ଜଣେ ଅଭିଯୁକ୍ତ ବ୍ରହ୍ମଗିରି ଥାନା ଆଳିଆପୁରର ରାମ ବୋଲି ସୂଚନା ମିଳିଛି।
ଏହି ମାମଲାରେ ଗିରଫ ହୋଇଥିବା ବହିଷ୍କୃତ ପୁଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓରଫ ଜିତୁ ଓ ତା’ର ସାଥୀକୁ ପୁଲିସ ରିମାଣ୍ଡରେ ଆଣିବ। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚାରିଟି ଟିମ୍ ଗଠନ କରିଛି। ତେବେ ଗୋଟିଏ ଟିମ୍ ଏବେ ରାଜ୍ୟ ବାହାରକୁ ଯାଇଛି। ଆସନ୍ତାକାଲି ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ହାଜର କରାଯାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ପୀଡ଼ିତାଙ୍କ ଅଭିଯୋଗକୁ ହିଁ ଭିତ୍ତି କରି ପୁଲିସ ତଦନ୍ତ କରିବ। ଏତଦ୍ ବ୍ୟତୀତ ଅନ୍ୟ ଯାହା ତଥ୍ୟ ମିଳିବ ତାକୁ ଗ୍ରହଣ କରାଯିବ ନାହିଁ ବୋଲି ଆଜି ଏସପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାକୁ ନେଇ ଆଜି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ପୁରୀକୁ ଆସି କୁମ୍ଭାରପଡ଼ା ଥାନା ପରିଦର୍ଶନ କରିଥିଲେ। ଏଠାରେ ସେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ ଜେନା, ସିଟି ଡିଏସ୍ପି କ୍ଷୀରସାଗର ନାୟକ ଏବଂ ମାମଲାର ତଦନ୍ତ ଅଧିକାରୀ ଇନସ୍ପେକ୍ଟର କୁଳମଣି ସେଠୀଙ୍କ ସହିତ ମାମଲାର ତଦନ୍ତକୁ ନେଇ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବାଧାର କେନ୍ଦ୍ରକୁ ଯାଇ ସେଠାରେ ପୀଡ଼ିତା ଓ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ। ସରକାରୀ କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପୀଡ଼ିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ପୁରୀ ଗଣଦୁଷ୍କର୍ମ : ଅଭିଯୁକ୍ତ ଯବାନ ଏବେ ବି ଫେରାର
/sambad/media/post_attachments/wp-content/uploads/2019/12/puri-rape-case-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)