ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗତକାଲି (ସୋମବାର)ଗିରଫ କରିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣଙ୍କୁ ପୁଲିସ ଗିରଫ କରିଛି। ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍ ଦୁଇଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
/sambad/media/post_attachments/wp-content/uploads/2019/12/download-1-300x168.jpg)
ତେବେ ଏହି ଦୁଷ୍କର୍ମ ଘଟଣାକୁ ନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏକ ପ୍ରେସ୍ମିଟ କରିଥିଲେ। ଏହି ପ୍ରେସ୍ମିଟରେ ଡିଆଇଜି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜେଶ ସେଠୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପୀଡିତା ଯୁବତୀଙ୍କୁ ନ୍ୟାୟ ଓ ତାଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି।
/sambad/media/post_attachments/wp-content/uploads/2019/12/rapeimage-902_7-300x169.jpg)
ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଚାକିରିରୁ ବହିଷ୍କୃତ ହେବା ସତ୍ତ୍ୱେ ପୁଲିସ କାର୍ଡ ରଖିଥିବାରୁ ଆଉ ଏକ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ସହ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତ କିପରି କଡା ଦଣ୍ଡ ପାଇବେ ସେ ନେଇ ତଦନ୍ତ କରାଯାଉଛି।
ପକ୍ସୋ ଆକ୍ଟ ସେକ୍ସନ୍ ୬ରେ ପୁଲିସ ଫାଶୀଦଣ୍ଡ ଦଫା ଲଗାଇଛି। ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଧାରା ୩୬୩ (ବଳପୂର୍ବକ ଅପହରଣ), ୩୭୬ ଡି ଏ(ନାବାଳିକାଙ୍କୁ ଦୁଷ୍କର୍ମ) ଓ ୩୯୪(ମାଡ ମାରିବା ଓ ଆଘାତ ଦେବା)ରେ ମାମଲା ରୁଜୁ କରିଛି ପୁଲିସ। ୨୦ଦିନ ଭିତରେ ଚାର୍ଜସିଟ ଦାଖଲ ହେବ ବୋଲି ଡିଆଇଜି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Press-Meet-of-DIG-on-Puri-Rape-Case_Thumbnail.jpg)