ଶ୍ରୀମନ୍ଦିରରେ ଆଜି ଖସପଡ଼ା ନୀତି, ଅପରାହ୍ନ ୪ରୁ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ସୋମବାର ଶ୍ରୀଜୀଉଙ୍କ ଖସପଡ଼ା ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ୪ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହି ନୀତିକାନ୍ତି ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି। ସୋମବାର ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତିକାନ୍ତି ଅନୁଷ୍ଠିତ ହେବ। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ। ଅପରାହ୍ଣ ୪ଟାରେ ଏହି ସେବା ପାଇଁ ଦଇତାପତିମାନେ ପ୍ରବେଶ କରିବେ।

ସମ୍ବନ୍ଧିତ ଖବର