ଶ୍ରୀମନ୍ଦିର ବାହାର ଚିକ୍ ଚିକ୍, କିନ୍ତୁ ଗର୍ଭଗୃହରେ ବଢୁଛି ବିପଦ

ରତ୍ନ ସିଂହାସନ ପଛ କାନ୍ଥରେ ଫିମ୍ପି, ମୋଟା କଳା ଆସ୍ତରଣ ଜମିଲାଣି କାନ୍ଥ ଓଦାଳିଆ, ତଳ ସନ୍ତସନ୍ତିଆ

ଭୁବନେଶ୍ବର: ଶ୍ରୀମନ୍ଦିର ବାହାରକୁ ଚିକ୍ ଚିକ୍ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକାକାର କରିଦେଇଛନ୍ତି। ହେଲେ ଶ୍ରୀମନ୍ଦିର ଗର୍ଭଗୃହ ଠାରୁ ଆରମ୍ଭ କରି ନାଟମଣ୍ଡପ ଆଦି ପ୍ରତି ବିପଦ ଘନାଇବାରେ ଲାଗିଲାଣି। ଗତ ଜୁଲାଇ ୬ ତାରିଖରେ ବିେଶଷଜ୍ଞ କମିଟି ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କରି େଯଉଁ ରିେପାର୍ଟ ଦେଇଛନ୍ତି, ସେଥିରୁ ଏଭଳି ସୂଚନା ମିଳୁଛି। କ’ଣ କରାଯିବ, କ’ଣ ନ କରାଯିବ େସ ନେଇ ବିେଶଷଜ୍ଞମାନେ ଅନେକ ସୁପାରିସ କରିଛନ୍ତି। ହେଲେ ଇତିମଧ୍ୟରେ ଚାରିମାସ ବିତିଗଲାଣି, କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇଥିବା ମନେ େହଉନାହିଁ। ପୂର୍ତ ବିଭାଗ ମଧ୍ୟ େଠାସ୍ ଭାବେ ଏ ସଂପର୍କରେ କୌଣସି ସୂଚନା ଦେଇନାହିଁ। ଆଜି ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ କେବଳ କହିଛନ୍ତି େଯ ଏଏସ୍ଆଇ ହାତରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ରହିଛି। ସେମାନେ ଯଦି ସରକାରଙ୍କ ଠାରୁ କିଛି ସହଯୋଗ ଲୋଡନ୍ତି, ତେବେ ତାହା େଯାଗାଇ ଦିଆଯିବ।

ଜୁଲାଇ ମାସରେ ଗର୍ଭଗୃହ ଅନୁଧ୍ୟାନ କରିବା ବେଳେ ବିଶେଷଜ୍ଞମାନେ ଦେଖିବାକୁ ପାଇଥିଲେ େଯ ଚଟାଣ ସବୁବେଳେ ସନ୍ତସନ୍ତିଆ ରହୁଛି। ଗର୍ଭଗୃହର ୧ମିଟର ଉଚ୍ଚ ଯାଏ ଶ୍ରୀମନ୍ଦିର କାନ୍ଥରେ ଧଳା ଧଳା ଛାପ ମାଡ଼ି ଯାଇଥିଲା। ଏପରିକି ରତ୍ନ ସିଂହାସନ ପଛ କାନ୍ଥରେ ଫିମ୍ଫି ଲାଗିଯାଇଥିଲା। ଏସବୁ େକଉଁଠୁ ଆସୁଛି, ତାହାର ରାସାୟନିକ ବିଶ୍ଳେଷଣ କରିବା ଲାଗି ଏଏସଆଇ ବୈଜ୍ଞାନିକ ଟିମକୁ କୁହାଯାଇଥିଲା। ଯାହା ଦ୍ବାରା ଜଣାପଡିବ ଏହାର ନିରାକରଣ କିଭଳି କରାଯାଇପାରିବ। ବିଶେଷଜ୍ଞମାନେ ଯାଞ୍ଚ ବେଳେ ମତ ରଖିଥିଲେ େଯ ଏସବୁ ସ୍ଥିତି ପୂର୍ବବର୍ଷ ଅନୁଧ୍ୟାନ େବଳେ ଦେଖାଯାଇନଥିଲା।

ପ୍ରତିନିଧି ଦଳ ଆହୁରି ଦେଖିଥିଲେ ଯେ ଗର୍ଭଗୃହର କାନ୍ଥ ପୂରା ଓଦାଳିଆ ରହୁଛି। ଏହା ଶ୍ରୀମନ୍ଦିର ପାଇଁ ଆଦୌ ଶୁଭଙ୍କର ନୁହେଁ। ଏଣୁ ଗର୍ଭଗୃହରେ ଆର୍ଦ୍ରତା ଓ ଜଳୀୟବାଷ୍ପ ପରିମାଣ ମାପିବା ଲାଗି ସ୍ଥିର େହାଇଥିଲା। ଅନୁଧ୍ୟାନ ବେଳେ ଦେଖାଯାଇଥିଲା, ପୂଜାବିଧି ପାଇଁ ବର୍ଷ ସାରା ସେଠାରେ ଦୀପ ଜଳାଯାଉଥିବାରୁ କାନ୍ଥରେ ଏକ େମାଟା ପରିମାଣର କଳା ଆସ୍ତରଣ ଜମିଗଲାଣି। ଏହା କନକମୁଣ୍ଡି ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛି। ପ୍ରତିନିଧି ଦଳରେ ଥିବା ଏଏସ୍ଆଇ କର୍ତୃପକ୍ଷ କହିଥିଲେ େଯ ଗତବର୍ଷ େଯତିକି ନମୁନା ସଂଗ୍ରହ େହାଇଥିଲା, ତାହାର ପରିମାଣ ବହୁତ କମ୍ ଥିଲା, େଯଉଁଥିପାଇଁ ବିସ୍ତୃତ ପରୀକ୍ଷା ନିରୀକ୍ଷା କରାଯାଇ ପାରିନଥିଲା। ଏଣୁ ଅଧିକ ପରିମାଣର ନମୁନା ସଂଗ୍ରହ ଉପରେ େଜାର ଦିଆଯାଇଥିଲା। ବିଶେଷଜ୍ଞମାନେ ସୂଚାଇଥିଲେ, ମହାପ୍ରସାଦ େଭାଗ ଓ ନିୟମିତ ବ୍ୟବଧାନରେ ଗର୍ଭଗୃହ ଧୁଆ େଯାଗୁଁ ଓଦା େହଉଥିବା କାରଣରୁ କୀଟ ସୃଷ୍ଟି େହଉଛନ୍ତି। ବିଶେଷକରି ଅସରପା ସଂଖ୍ୟା ବଢିବାରେ ଲାଗିଛି। ସଫାପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର, େଯମିତିକି କମ୍ ପାଣି ବ୍ୟବହାର ହେବ। ସେହିଭଳି ବ୍ୟବହୃତ ପାଣିର ମାନ େନଇ ମଧ୍ୟ ସେମାନେ ଗୁରୁତ୍ବାରୋପ କରିଥିଲେ। ଗର୍ଭଗୃହ ଉପରେ ଥିବା ପ୍ରଥମ ମହଲାରେ କିନ୍ତୁ ଏସବୁର କିଛି ଚିହ୍ନବର୍ଣ୍ଣ ନଥିଲା। ସାମୁଦ୍ରିକ ବାତ୍ୟା ‘ଫନି’ ପରେ କିଛି ସେବାୟତ ଅଭିେଯାଗ କରିଥିଲେ, ଗର୍ଭଗୃହରେ ପାଣି ଗଳୁଥିଲା। ଅନୁଧ୍ୟାନ ବେଳେ ଉତ୍ତର, ଦକ୍ଷିଣ ଓ ଦକ୍ଷିଣ ପୂର୍ବ େକାଣରେ କିଛି ସ୍ଥାନରେ ପାଣି ଗଳିଥିବା ବା ଭିଜୁଥିବା ଭଳି ଅଞ୍ଚଳ ଠାବ କରାଯାଇଥିଲା। ଏହା ମୁଖ୍ୟତଃ ମୂଳ ମନ୍ଦିର ଓ ଜଗମୋହନର ସଂଯୋଗ ସ୍ଥଳ େବାଲି କୁହାଯାଉଛି। ଏ େନଇ ଅଧିକ ଅନୁଧ୍ୟାନ ଉପରେ ଗୁରୁତ୍ବାେରାପ କରାଯାଇଛି। ପ୍ରତିନିଧି ଦଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ, ଗର୍ଭଗୃହ ନଳାରେ ଜଳ ନିଷ୍କାସନ ହୋଇପାରୁନାହିଁ। ବର୍ଷ ତମାମ ପାଣି ଜମି ରହୁଛି। ଏହାଦ୍ବାରା ଗର୍ଭଗୃହ ପ୍ରତି ବିପଦ ବଢୁଛି। ବର୍ଷକୁ ମାତ୍ର ଥରେ ଏହି ନଳା ସଫା କରାଯାଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ଗର୍ଭଗୃହରୁ ପାଣି ନିଷ୍କାସନରେ ଅସୁବିଧା ହେଉଥିବାରୁ ଏକ ସ୍ଳୋପ୍‌ ନିର୍ମାଣ କରିବାକୁ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ପୂର୍ବରୁ ଗର୍ଭଗୃହରେ ଲାଗିଥିବା ଏସି ମଧ୍ୟ ବିପଦ ସୃଷ୍ଟି କରୁଥିବା େନଇ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ରିପୋର୍ଟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏସ୍‌ଆଇ ଓ ବୈଷୟିକ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଗର୍ଭଗୃହର ତଳ ଓ ପ୍ରଥମ ମହଲା, ଜଗମୋହନ, ବେହରଣ ଦ୍ବାର, ନାଟମଣ୍ଡପ ସ୍ଥିତି ଆଦି ଯାଞ୍ଚ କରିଥିଲେ। ମନ୍ଦିରର ଆର୍ଥି ମଧ୍ୟ ଠିକ୍ ଅଛି କି ନାହିଁ େଦଖାଯାଇଥିଲା। ଏହା ଏକ ନିୟମିତ ପ୍ରକ୍ରିୟା।

ସମ୍ବନ୍ଧିତ ଖବର