କଟକ : ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନତା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ନେଇ ଦଳ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ରହିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଅଭିଯୋଗ ଉପରେ ଓଡ଼ିଶା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହି ଘଟଣାର ଓଡ଼ିଶା ପୁଲିସ ନିରପେକ୍ଷ ତଦନ୍ତ କରିବାର ଆଶା ନାହିଁ। ଏପରି ପରିସ୍ଥିତିରେ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, କେନ୍ଦ୍ରାଞ୍ଚଳ ଆଇଜି, ସିିବିଆଇ ନିର୍ଦ୍ଦେଶକ, ଭୁବନେଶ୍ୱର ସିବିଆଇ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ରତ୍ନ ଭଣ୍ଡାର ଚାବି ହଜିବା ଘଟଣା : ସିବିଆଇ ତଦନ୍ତ ପାଇଁ ବିଜେପିର ମାମଲା
/sambad/media/post_attachments/wp-content/uploads/2018/07/jaga-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)