ପୁରୀ ଓକିଲ ଆନ୍ଦୋଳନ ମାସେ ସ୍ଥଗିତ

ପୁରୀ : ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପୁରୀ ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ୨୫ ଦିନ ପରେ ଫୁସ୍‌କିଛି। କୌଣସି ଦାବି ସରକାର ପୂରଣ କରିନାହାନ୍ତି। ଏସ୍‌ପି କି ଜିଲ୍ଲାପାଳ କାହାକୁ ବଦଳି କରାଯାଇ ନାହିଁ। ଆଇନ ଶୃଙ୍ଖଳାରେ ସୁଧାର ଆଣିବା ପାଇଁ ମଧ୍ୟ କୌଣସି ଆଖିଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ। ତଥାପି ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆଜିଠାରୁ ଓକିଲ ସଂଘ କାର୍ଯ୍ୟରେ ଯୋଗ ଦେଇଛି। ତେବେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ କୋର୍ଟକୁ ଓକିଲମାନେ ବର୍ଜନ କରିଛନ୍ତି। ତାଙ୍କ ରହଣୀ କାଳରେ ଏହି କୋର୍ଟରେ କୌଣସି ଓକିଲ କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି। ଗତ ରାତିରେ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ରୁଦ୍ଧଦ୍ଵାର ବୈଠକରେ ଖୁବଶୀଘ୍ର ଦାବି ପୂରଣ କରାଯିବ ବୋଲି ବିଧାୟକ ସଂଜୟ ଦାସବର୍ମା ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ସଂଘର ଷ୍ଟିୟରିଂ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର