ପୁରୀ: ସାମୁଦ୍ରିକ ବାତ୍ୟା ପ୍ରଭାବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଜିଲ୍ଲା ପ୍ରଶାସନ କରୁଥିବା ଉଦ୍ୟମକୁ ସମ୍ପୃକ୍ତ ଅଞ୍ଚଳର ଲୋକେ ବିରୋଧ କରୁଛନ୍ତି।

Advertisment

ପେଣ୍ଠକଟା, ବଳିଆପଣ୍ଡା ଆଦି ବସ୍ତିରୁ ଲୋକେ ବାହାରି ଯିବାକୁ ନାରାଜ ହେଉଛନ୍ତି। ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବେ ପେଣ୍ଠକଟା ବସ୍ତିକୁ ଯାଇ ଲୋକମାନଙ୍କୁ କହୁଛନ୍ତି।