ପୁରୀ: ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ପୁରୀ: ରବିବାର ମଧ୍ୟାହ୍ନ ପରେ ପୁରୀ-ବ୍ରହ୍ମଗିରି ରାସ୍ତାର ଗୋରୁଆଳ ଛକ ନିକଟରେ ଗୋଟିଏ ବସ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି।

ମୃତ ବାଇକ୍‌ ଚାଳକ ହେଉଛନ୍ତି ବାସେଳୀ ସାହି ଥାନା ଅନ୍ତର୍ଗତ ହାତୀଶାଳ ଅଞ୍ଚଳର ୨୪ ବର୍ଷିୟ ଦେବାଶିଷ ମହାପାତ୍ର। ଟାଟା ଫାଇନାନ୍‌ସ୍‌ରେ ଏଜେଣ୍ଟ୍‌ ଥିବା ଦେବାଶିଷ ପୁରୀ ଆଡ଼କୁ ଆସୁଥିବାବେଳେ ତାଙ୍କ ପଛପଟୁ ଆସୁଥିବା ଓଟିଡିସିର ଏକ ବସ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବସ୍‌ ଏବଂ ଡ୍ରାଇଭରଙ୍କୁ ନିଜ ଅକ୍ତିଆରକୁ ନେଇଛି।
ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର