ପୁରୀ : ଘରେ ନପଶୁଣୁ ଚାଳ ବାଜିବା ନ୍ୟାୟରେ ପୁରୀର ନବ ନିର୍ବାଚିତ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ବିବାଦ ଘେରକୁ ଆସିଛନ୍ତି। ପୂର୍ବାହ୍ନ ୧୦ଟା ୧୦ ମିନିଟ୍ରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଧୋତି ପିନ୍ଧି ସ୍ନାନବେଦୀ ଉପରକୁ ଚଢି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କୌଣସି ଅପ୍ରାଧିକୃତ ସେବକ ସ୍ନାନବେଦୀ ଉପରକୁ ଯିବା ବ୍ୟବସ୍ଥାବଳୀର ବିରୋଧୀ। କିନ୍ତୁ ଶ୍ରୀ ଷଡ଼ଙ୍ଗୀ ଏହାକୁ ନଜରଅନ୍ଦାଜ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2019/06/p2a-1.jpg)
ଖାଲି ସେତିକି ନୁହେଁ, ସନ୍ଧ୍ୟାରେ ବେଶ ଓଲାଗି ପରେ ମଧ୍ୟ ବିଧାୟକ ଡ୍ରେସ୍ ପିନ୍ଧି ସ୍ନାନବେଦୀ ଉପରକୁ ଚଢ଼ି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବିଧାୟକଙ୍କ ସହିତ ତିନି ଜଣ ସହଯୋଗୀ ସ୍ନାନବେଦୀ ଉପରକୁ ଉଠିଥିବା ବେଳେ ଶ୍ରୀ ଷଡ଼ଙ୍ଗୀ ଶ୍ରୀବିଗ୍ରହକୁ ସ୍ପର୍ଶ କରିଥିବା ନେଇ ଅଭିଯୋଗ ହୋଇଛି। ଏସବୁ ଘଟଣାର ସିସିଟିଭି ଯାଞ୍ଚ କରାଯାଇ ବିଧାୟକଙ୍କୁ ସ୍ନାନବେଦୀ ଉପରକୁ ଚଢ଼ାଇଥିବା ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Puri-MLA-Issu_Thumbnail.jpg)