କଟକ : ପୁରୀ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ୱାର୍ଡ ପୁନର୍ଗଠନ/ସୀମା ନିର୍ଦ୍ଧାରଣ ସଂପର୍କିତ ପୁରୀ ଜିଲ୍ଲାପାଳଙ୍କ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ଜବାବ ଦାଖଲ ପାଇଁ ସରକାର ଅଧିକ ସମୟ ଲୋଡିଛନ୍ତି। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧କୁ ଧାର୍ଯ୍ୟ କରିଛନ୍ତି। ଏଥି ସହିତ ପୁରୀ ଜିଲ୍ଲାପାଳଙ୍କ ୨୦୨୨, ଜାନୁଆରି ୧୩ରେ ୱାର୍ଡ ସୀମା ନିର୍ଦ୍ଧାରଣ ସଂପର୍କିତ ବିଜ୍ଞପ୍ତି ଉପରେ ଗତ ଫେବ୍ରୁଆରି ୨୩ରେ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।
ପୁରୀ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା: ଜବାବ ଦାଖଲ ପାଇଁ ସରକାର ନେଲେ ମହଲତ
/sambad/media/post_attachments/wp-content/uploads/2022/03/puri-municipality.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)