ପୁରୀ: ଦୋଳବେଦୀ କୋଣରୁ ଆଗକୁ ଯାଇ ପାରିବ ନାହିଁ କୌଣସି ଗାଡ଼ି

ପୁରୀ: ବୁଧବାର ସକାଳ ୬ଟା ଠାରୁ ବଡ଼ଦାଣ୍ଡର ଦୋଳବେଦୀ କୋଣରୁ କୌଣସି ଗାଡ଼ି ଆଉ ଆଗକୁ ଯାଇ ପାରୁ ନାହିଁ ଏବଂ ସେ ରାସ୍ତାରେ ଯାତାୟତ ମଧ୍ୟ ଏକ ତରଫା କରାଯାଇଛି।

ଶ୍ରୀମନ୍ଦିରର ସୁରକ୍ଷା, ଟ୍ରାଫିକ୍‌ ଓ ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।

ମଙ୍ଗଳବାର ଅପରାହ୍ଣରେ ପୁରୀ କଲେକ୍ଟର୍‌, ଏସ୍‌ପି ଓ ସ୍ଥାନୀୟ ବ୍ୟବସାୟୀମାନେ ଏକତ୍ର ହୋଇଥିବା ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ମନ୍ଦିର ଚାରିପଟେ ଏବଂ ଦୋଳବେଦୀ ନିକଟରେ ଗାଡ଼ି ପାର୍କିଙ୍ଗ୍‌ କରାଯାଇ ପାରିବ ନାହିଁ। ଏହାଛଡ଼ା ଏ ସବୁ ଅଞ୍ଚଳ ନୋ ଡ୍ରାଇଭିଙ୍ଗ୍‌ ଓ କୋ ବେଗର୍‌ (ଭିକାରି) ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି।

ଏ ଭଳି ନିଷ୍ପତ୍ତି ଯୋଗୁଁ ସେ ଅଞ୍ଚଳର ଉଠା ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର