ପୁରୀ: ଶୁକ୍ରବାର ସକାଳେ ଦର୍ଶନ ସାରି ମନ୍ଦିରରୁ ଫେରୁଥିବା ସମୟରେ ପଡ଼ିଯିବାରୁ ଜଣେ ୮୫ ବର୍ଷୀୟା ହବିଷ୍ୟାଳୀଙ୍କର ମୃତ୍ୟୁ ଘଟିଛି।
ବ୍ରହ୍ମଗିରି ଅନ୍ତର୍ଗତ ବିଲପାଞ୍ଚଗୋଛିଆ ଗାଁ’ର ନେତ୍ରମଣି ମାଛୁଆ ହବିଷ ପାଳନ କରିବାକୁ ଆସି ଗୋଟିଏ ଲଜ୍ରେ ରହୁଥିଲେ। ସକାଳେ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ସମୟରେ ପଛୁଆ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ମୃତାବସ୍ଥାରେ ଗ୍ରହଣ କରିଥିବା କଥା ଡାକ୍ତରମାନେ ଘୋଷାଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/final_bstSnapshot_458871.jpg)