ଆଉ ମାସେ ଚାଲିବ ପୁରୀ-ପାଟନା ବିଶେଷ ଟ୍ରେନ୍‌

ଭୁବନେଶ୍ବର : ରେଳଯାତ୍ରୀଙ୍କ ଦାବି ଓ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-ପାଟନା-ପୁରୀ ସ୍ବତନ୍ତ୍ର ଟ୍ରେନ୍‌(୦୮୪୩୯/୦୮୪୪୦) ସେବାକୁ ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀଠାରୁ ପ୍ରତି ଶନିବାର ଅପରାହ୍‌ଣ ୨ଟା ୫୫ରେ ଛାଡ଼ୁଥିବା ପୁରୀ-ପାଟନା ସ୍ପେସାଲ୍ ଟ୍ରେନ୍‌(୦୮୪୩୯) ଡିସେମ୍ବର ୨୫ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଫେରିବା ମାର୍ଗ‌ରେ, ପାଟନା-ପୁରୀ ସ୍ପେସାଲ୍‌ ଟ୍ରେନ୍‌(୦୮୪୪୦) ପାଟନାରୁ ପ୍ରତି ରବିବାର ଅପରାହ୍‌ଣ ୧ଟା ୪୫ରେ ଛାଡ଼ିବ। ଏହି ଟ୍ରେନ୍‌ ଡିସେମ୍ବର ୨୬ ଯାଏ ଚାଲିବ।

ସମ୍ବନ୍ଧିତ ଖବର