ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ଟ୍ରେନ୍ ସେବା ବୃଦ୍ଧି

ଭୁବନେଶ୍ବର: ଟ୍ରେନ୍ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ (୦୫୮୭୦/୦୫୮୬୯) ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ୍ ସେବାକୁ ରଙ୍ଗପଡ଼ା ନର୍ଥ ଠାରୁ ୨୫ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ପୁରୀଠାରୁ ଏହାର ସେବାକୁ ୨୭ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ଷ୍ଟେସନ୍ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ବ୍ୟତୀତ ଟ୍ରେନ୍‌ଗୁଡ଼ିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଓ ଟ୍ରେନ୍‌ର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ୍ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ ୧୮ ଏବଂ ୧୯ ଜୁନ୍ ପର୍ଯ୍ୟନ୍ତ ଟ୍ରେନ୍‌ଗୁଡ଼ିକ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ମଧ୍ୟରେ (୧୮୩୦୧/୧୮୩୦୨) ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍,(୧୮୩୦୩/୧୮୩୦୪) ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍, (୨୨୮୨୦/୨୨୮୧୯) ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ୍, (୧୮୫୩୨/୧୮୫୩୧) ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍, (୦୮୫୪୬/୦୮୫୪୫) ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସାଲ ଓ ୧୮୪୧୭/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ ଟ୍ରେନ୍ ବାତିଲ୍ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର