ପୁରୀ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତ ନାମ ରାଜେଶ ସେଠୀ ବୋଲି ଜଣାପଡ଼ିଛି। ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ଜଣ  ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ପୁରୀର ଝାଡ଼େଶ୍ୱରୀ କ୍ଲବ୍‌ ନିକଟ ଏକ କ୍ୱାଟର୍ସରେ ଏହି ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ସବୁଠାରୁ ସାଂଘାତିକ କଥା ହେଲା, ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ସଂପୃକ୍ତ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

ପୀଡିତାଙ୍କ କହିବାନୁସାରେ, ୪ ଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ତାଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ ଏକ କାରରେ ଉଠାଇ ନେଇଥିଲେ। ତେବେ, ଏହି ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ପୁଲିସ୍‌ କନେଷ୍ଟବଳ ଥିବା ସୂଚନା ମିଳିଛି। ପୁରୀ ନେଇ ସେଠାରେ ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ।

ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର