ପୁରୀ : ପବିତ୍ର ଶ୍ରୀରାମ ନବମୀ ତିଥିରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି କଟକସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ଲାଗି ଓ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚିରଟ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସକାଳ ପ୍ରାୟ ୯ଟାରେ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ଲକ୍ଷ୍ମଣ ମହାରଣା, ରାମ ମହାରଣା ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ନେଇ ଖପୁରିଆ ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳ ସେଠାରେ ପହଞ୍ଚି ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି। ଇତି ମଧ୍ୟରେ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ଷଷ୍ଠ ପର୍ଯ୍ୟାୟରେ ମୋଟ ୧୩୩ ଖଣ୍ଡ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଗତ ୩୦ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ୨୧ ଖଣ୍ଡ ଓ ଗତକାଲି ଷଷ୍ଠ ପର୍ଯ୍ୟାୟରେ ୮ ଖଣ୍ଡ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳା ନିକଟରେ ପହଞ୍ଚିଥିଲା। ୨୧ ଖଣ୍ଡ ରଥକାଠ ମଧ୍ୟରେ ଅସନ ଓ ଧଉରା କାଠ ରହିଥିଲା। ୮ ଖଣ୍ଡ ରଥକାଠ ମଧ୍ୟରେ ଫାଶୀ କାଠ ରହିଛି। ରଥ ସଂହିତା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ଅସନ, ଧଉରା, ଫାଶୀ ଓ ସିମୁଳି କାଠ ଆବଶ୍ୟକ ଥିବାବେଳେ ଗତ ବର୍ଷର ୧୯୩ଟି ଭଲ କାଠ ବଳକା ରହିଛି। ଚଳିତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ପାଇଁ ଆଉ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଛି। ଯେଉଁଥିରୁ ୨୬୬ ଖଣ୍ଡ କାଠ ଖପୁରିଆ କରତକଳକୁ ଚିରଟ ପାଇଁ ପଠାଯିବ।
ଖପୁରିଆରେ ରଥକାଠ ଚିରଟ ଅନୁକୂଳ
/sambad/media/post_attachments/wp-content/uploads/2020/04/Khapuria-karatakala-re-katha-chirata2-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)