ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଛି। ରଥଯାତ୍ରାର ବହୁ ପୂର୍ବରୁ ତିନି ରଥ ନିର୍ମାଣ କାମ ରଥ ନିର୍ମାଣ ସେବକମାନେ ଲକ୍ଷ୍ୟ ରଖିଛନ୍ତି। ଆଜି ତିନି ରଥର ଚାରିନାହାକାରେ ଛ’କାଠ ସଂଯୋଗ କରାଯାଇଛି। ଏହାପରେ ତିନି ରଥରେ ପ୍ରଥମ ଭୂଇଁ ଉଠିବ। ଆଜି ପ୍ରଥମ ଭୂଇଁ ଉଠିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ବଡ଼ଦାଣ୍ଡ ଭିଡ଼ ଯୋଗୁ ପ୍ରଥମ ଭୂଇଁ ଉଠିପାରିନି।
ଅନ୍ୟପଟେ ରୂପକାର ସେବକମାନେ ତିନିରଥର ‘ନାଟ ଗୋଡ଼’ରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତିନିରଥର ‘ତାଗ’ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଆଜି ବି ଚିତ୍ରକର ସେବକମାନେ ତିନିରଥର ପାର୍ଶ୍ୱ ଦେବଦେବୀ ଓ ଶିଖର ଡମ୍ବରୁ(ପାର୍ଶ୍ୱ ଦେବାଦେବୀଙ୍କ ଆସ୍ଥାନ)ରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/p-3.jpg)