ପୁରୀ : ଆସନ୍ତାକାଲି ପବିତ୍ର ଭଉଁରୀ। ପ୍ରଥା ଓ ପରମ୍ପରା ଅନୁଯାୟୀ ଏହିଦିନ ତିନି ରଥର ଚକଡେରା ଅନୁକୂଳ ହୋଇଥାଏ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନୁକୂଳ ପର୍ବ ପାଇଁ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ୨ଟି ଲେଖାଁଏ ୬ଟି ଚକ, ଗୋଟିଏ ଲେଖାଁଏ ଅଖ ପ୍ରସ୍ତୁତ ରହିଛି। ଏହି ଚକ ଓ ଅଖ ସଂଯୋଗ କରାଯାଇ ଚକଡେରା ଅନୁକୂଳ ପର୍ବ ଅନୁଷ୍ଠିତ ହେବ। ଏହି ପବିତ୍ର ଭଉଁରୀ ତିଥିରେ ଡେରାଯିବାକୁ ଥିବା ଚକକୁ ‘ନାହାକା ଚକ’ ଓ ଅଖକୁ ‘ନାହାକା ଅ’' କୁହାଯାଏ। ଏହି ନାହାକା ଚକ-ଅଖ ପ୍ରସ୍ତୁତ ସରିଥିବାବେଳେ ଆସନ୍ତାକାଲି ଯୋକିଆ ଲାଗି ଅନୁକୂଳ ହେବ। କମାର ସେବକମାନେ ରଥଖଳା ଆସି ଏହାକୁ ଲାଗି କରାଇବେ। ଭୋଇ ସେବକମାନେ ନାହାକା ଚକ-ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ରଖିବେ। ଅନୁକୂଳ ନୀତି ଶେଷ ପରେ ଏଥିରେ ଯୋକିଆ ସଂଯୋଗ କରାଯିବ। ଚକକୁ ମଜବୁତ କରାଇବା ପାଇଁ ଲୁହାର ଯୋକିଆ ସଂଯୋଗ କରାଯାଉଥିବାବେଳେ ଏହା ଦେଖିବାକୁ ଇଂରାଜୀ ଅକ୍ଷର ‘ୟୁ’ ଆକୃତିର। ପାଣିଆ ପାଣି ପକାଇବା ପରେ ଚକଡେରା ଅନୁକୂଳ ପାଇଁ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କର ଆଜ୍ଞାମାଳ ଆସିବା ପରେ ଏହି ନାହାକା ଚକ-ଅଖରେ ଲାଗି ହେବ।
ସୂଚନାଯୋଗ୍ୟ, ଭଉଁରୀରେ ଚକଡେରା ଅନୁକୂଳ ଓ ଶୀତଳଷଷ୍ଠୀରେ ଚକଡେରା ଶେଷ ହେବା ବିଧି ରହିଛି। ଚଳିତ ବର୍ଷ ଜୁନ ୨୮ରେ ଶୀତଳଷଷ୍ଠୀ ପଡ଼ୁଛି। ଆଉ ୧୩ ଦିନ ଭିତରେ ଚକଡେରା ଶେଷ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/puri-5.jpg)