ପୁରୀ : ଆଜି ରଥଖଳାରେ ତିନି ରଥର ତୃତୀୟ ଭୂଇଁ ନିର୍ମାଣ କାମ ଶେଷ ହୋଇଛି। ସେପଟେ ତିନି ରଥରେ ଖଦିଓରା(ନଡ଼ିଆ ଗର) ରଥ ଦଣ୍ଡାରେ ୧୪ ନାହାକା ପାଇଁ ସଂଯୋଗ କରାଯାଇଛି। ଲାଗିବା ପୂର୍ବରୁ ଖଦିଓରାର ଉପରିଭାଗ ଓ ତଳଭାଗ ସାମାନ୍ୟ ଚଞ୍ଝା ଯାଇ ବିନ୍ଧ କରାଯାଇଛି। ଏହା ପରେ ୧୪ ନାହାକ ସଂଯୋଗ କରାଯାଇଛି। ସେପଟେ ପ୍ରଥମ ଭୂଇଁର ବାକି ଥିବା ପାଖୁଡ଼ା ଓ ମାଛ ପାତିଆ ଲଗାଯାଇଛି। ଗତକାଲିଠାରୁ ନିର୍ମାଣ ହୋଇ ରଥ ପାଖରେ ଡେରା ହୋଇଥିବା ଦ୍ବିତୀୟ ଭୂଇଁ ସରଞ୍ଜାମ ରଥ ଉପରକୁ ଟେକାଯାଇ ରଥ ଉପରେ ପକାଯିବା କାମ ଶେଷ ହୋଇଛି। ରୂପକାର ସେବକମାନେ ରଥଖଳାରେ ନାଟଗୋଡ଼ରେ ରାହୁରୂପ ଖୋଦେଇ ସହ ଚାରପରିଛା ଦେହରେ ଡାଳିଲତା ଖୋଦେଇ କରିଛନ୍ତି। ଦୋଳବେଦି ଅସ୍ଥାୟୀ ଶାଳରେ ଓଝା ସେବକମାନ ଯୋକିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ସବୁଦିନ ପରି ଆଜି ରଥଖଳାରେ ପ୍ରବେଶ ପୂର୍ବରୁ ସମସ୍ତ ସେବକଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ସ୍କ୍ରିନିଂରୁ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି।
ପୁରୀ : ରଥଖଳାରେ ପଡ଼ିଲା ‘ଦ୍ବିତୀୟ ଭୂଇଁ’
/sambad/media/post_attachments/wp-content/uploads/2020/06/puri-ratha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)