ପୁରୀ : ରଥଯାତ୍ରା ଅନିଶ୍ଚିତତା ଭିତରେ ଥିଲେ ବି ରଥ ନିର୍ମାଣ କାର୍ଯ୍ୟ ଅଟକିନି। ଗତକାଲି ରଥ ନିର୍ମାଣର ଶେଷ କାର୍ଯ୍ୟ ଭାବେ ତିନି ରଥରେ ପ୍ରଭା ଲାଗିବା ପରେ ଆଜି କପଡ଼ା ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦୁଆର ବେଢ଼ାରେ କପଡ଼ା ଲଗାଯାଇଛି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁଆର ବେଢ଼ାରେ କପଡ଼ା ଲଗାଯାଇଛି। ଖବର ଲେଖା ହେବା ସୁଦ୍ଧା ସୁଭଦ୍ରାଙ୍କ ଦର୍ପଦଳନ ରଥରେ କପଡ଼ା ଲାଗିନଥିବା ଜଣାପଡ଼ିଛି। ବଡ଼ଠାକୁରଙ୍କ ତାଳଧ୍ବଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ରଙ୍ଗର କପଡ଼ା ଲଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଆର ବେଢ଼ାରେ କପଡ଼ା ଲଗାଯାଇଛି। ପର୍ଯ୍ୟାୟକ୍ରମେ ତିନି ରଥର ଅନ୍ୟ ଭାଗରେ କପଡ଼ା ଲଗାଯିବ। ଅନ୍ୟପଟେ ରଙ୍ଗକାର୍ଯ୍ୟ ବି ଏ ଭିତରେ ଶେଷ ହୋଇଛି। ଘୋଡ଼ା ସହ ରଥର ଚାରିପାର୍ଶ୍ବ ଓ ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେବା କାର୍ଯ୍ୟ ଶେଷ ହୋଇଛି।
ରଥ ନିର୍ମାଣ, ରଙ୍ଗକାର୍ଯ୍ୟ ଶେଷ, ତାଳଧ୍ବଜ ଓ ନନ୍ଦିଘୋଷରେ ଲାଗିଲା କପଡ଼ା
/sambad/media/post_attachments/wp-content/uploads/2020/06/puri-ratha-ra-duarabedha-re-kana-laguchi-3.jpg)