ପୁରୀରେ ଫାଇଲନ୍‌ ବାତ୍ୟା ବେଳଠାରୁ  ବି  ଅଧିକ ଭୟଙ୍କର ଗର୍ଜନ କରୁଛି ସମୁଦ୍ର ! ଉଠୁଛି ବିଶାଳ ଢ଼େଉ; ସମୁଦ୍ରକୂଳରେ ରେର୍ଡ ଆଲଟ୍‌ ଜାରି

ପୁରୀ: ସାମୁଦ୍ରିକ ଝଡ ତିତଲି ଘଣ୍ଟାକୁ ୧୫ କିଲୋମିଟର ବେଗରେ ସମୁଦ୍ର ଉପରେ ଗତି କରୁଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ବଡ଼ ବଡ଼ ଜୁଆର ଆସୁଥିବାରୁ ପୁରୀ  ଉପକୂଳରେ ରେଡ ଆଲର୍ଟ ଜାରି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୬ ବର୍ଷ ତଳେ ଫାଇଲିନ୍‌ ବାତ୍ୟା ସମୟରେ  ସମୁଦ୍ର କରାଳ ରୂପ ଧାରଣ କରିବା ସହ ଯେଭଳି ଭାବେ ଗର୍ଜନ କରୁଥିଲା ଏବେ ତାହାଠାରୁ ଦୁଇ ଗୁଣ ଅଧିକ ଜୋରରେ ସମୁଦ୍ରରୁ ଗର୍ଜନ ଶୁଭୁଛି। ସମୁଦ୍ର ସମ୍ପୂର୍ଣ୍ଣ ଭାବେ ଅଶାନ୍ତ ହୋଇ ଉଠିଛି। ସମୁଦ୍ରରେ ବିଶାଳ ଢ଼େଉ ଉଠୁଛି, ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ପୁରୀକୁ ଦେଶବିଦେଶର ପର୍ଯ୍ୟଟକ ଆସୁଥିବାରୁ ସମୁଦ୍ରରେ ଗାଧେଇବା ବାରଣ କରାଯିବା ସହିତ ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି।  ତିତଲି ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ସମୁଦ୍ର କୂଳରେ ଥିବା ସମସ୍ତ ବସ୍ତିବାସ୍ତିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଆରମ୍ଭ କରିଛି ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ପେଣ୍ଠାକଟା ଓ ବଳିଆପଣ୍ଡା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ସନ୍ଧ୍ୟା ପରେ ତିତ୍‌ଲି  ପ୍ରଭାବ ଅଧିକ ହେବାର ସମ୍ଭାବନା ଥିବା ହେତୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ଜରୁରୀ ଔଷଧ ଆଣି ଘରେ ରଖବାକୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର