ପୁରୀ-ରାଉରକେଲା ଟ୍ରେନ୍‌ ସାମୟିକ ବାତିଲ୍‌

ଭୁବନେଶ୍ୱର: ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌କୁ ସାମୟିକ ଭାବେ ବାତିଲ୍‌ କରାଯିବ। ସମ୍ବଲପୁର ଡିଭିଜନ୍‌ ଅନୁଗୁଳ-ସମ୍ବଲପୁର ରେଲେଓ୍ଵ ସେକ୍ସନର ଜୁଜୁମରା ଓ ଚାରମାଳ ଷ୍ଟେସନର ଆଧୁନିକୀରଣ ପାଇଁ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌(୫୮୧୩୧/୫୮୧୩୨)କୁ ଅଗଷ୍ଟ ୩୦, ସେପ୍ଟେମ୍ବର ୨ ଓ ୬ ତାରିଖରେ ଉଭୟ ପଟରୁ ବାତିଲ୍‌ କରାଯିବ। ହେଲେ ଏହି ସମୟରେ ରାଉରକେଲା-ପୁରୀ ପାସେଞ୍ଜର ଟ୍ରେନ୍‌ ସମ୍ବଲପୁର ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣିଥରେ ରାଉରକେଲାକୁ ପତ୍ୟାବର୍ତ୍ତନ କରିବ। ସେହିପରି ପୁରୀ ରାଉରକେଲା ପାସେଞ୍ଜର ଅନୁଗୁଳ ପର୍ଯ୍ୟନ୍ତ ଯାଇ ସେଠାରୁ ପୁରୀକୁ ଫେରି ଆସିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର