ପୁରୀ : ଟଳିଛି ବାତ୍ୟା ବିପଦ। ପୁରୀରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସତର୍କ କରାଇବା ପରଠୁ ଭୟଭୀତ ଥିବା ପୁରୀବାସୀ ଆଶ୍ବସ୍ତ ହୋଇଛନ୍ତି। ତେବେ, ବାତ୍ୟା ‘ଜୱାଦ୍’ ପ୍ରଭାବରେ ସକାଳେ ପୁରୀ ସମୁଦ୍ରରେ ଉତ୍ତାଳ ଢେଉ ଦେଖିବାକୁ ମିଳିଥିଲା। ଏହି ସମୟରେ କଳା ବାଦଲ ସହରକୁ ଢାଙ୍କି ରଖିଥିଲା। ସମଗ୍ର ସହର ଜନଶୂନ୍ୟ ରହିଥିଲା। ବାତ୍ୟା ଭୟରେ କେହି ଘରୁ ବାହାରିନଥିଲେ। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ରୋକିବା ଲାଗି ପୁଲିସ୍ ମୁତୟନ ହୋଇଥିଲେ। ଯିଏ ଯାଉଥିଲା ଘଉଡ଼େଇ ଦେଉଥିଲେ। ହେଲେ ଅପରାହ୍ଣରେ ପାଗ ଖୋଲିଯିବା ପରେ ଧୀରେଧୀରେ ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ଲୋକଙ୍କ ଆଗମନ ପରେ ଦୋକାନ ବଜାର ଓ ମଲ୍ ମଧ୍ୟ ଚଳଚଞ୍ଚଳ ହୋଇଥିଲା।
ସକାଳେ ସମୁଦ୍ରର ଉତ୍ତାଳ ଢେଉ, ଅପରାହ୍ନରେ ବେଳାଭୂମି ଲୋକାରଣ୍ୟ
/sambad/media/post_attachments/wp-content/uploads/2021/12/puri-sea-beach.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)