‘ଫନି’ ପରେ ପୁଣି ଚଳଚଞ୍ଚଳ ହେଲାଣି ପୁରୀ, ଜଗା ଦର୍ଶନ ସହ ଅବଢ଼ା ଖାଉଛନ୍ତି ଭକ୍ତ

ଭୁବନେଶ୍ୱର :‘ଫନି’ ବାତ୍ୟା ପରେ ଧିରେ ଧିରେ ଅଣ୍ଟା ସଳଖିବା ଆରମ୍ଭ କରିଛି ପୁରୀ । ପୁରୀରେ ସର୍ବାଧିକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ପୁଣି ଥରେ ଫନି ପରେ ପୁରୀ ଚଳଚଞ୍ଚଳ ହୋଇ ଉଠିଛି । ଶୂନଶାନ ହୋଇପଡିଥିବା ବଡଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତମାନେ ଆସି ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଅପାର ଦର୍ଶନ କରିବା ସହ ଅବଢା ପାଇ ନିଜକୁ ଧନ୍ୟ ମନେକରୁଛନ୍ତି । କିଛି କିଛି ଏତେ ବଡ଼ ବାତ୍ୟାରୁ ଓଡ଼ିଶାକୁ ରକ୍ଷା କରିଥିବାରୁ ମହାପ୍ରଭୁଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

OrissaPOST

ମହାପ୍ରଭୁଙ୍କ ନୀତିକାନ୍ତି ସୁୁରୁଖୁରୁରେ ଚାଲିଥିବା ବେଳେ ଛପନ ପଉଟି ଭୋଗ ଖାଉଛନ୍ତି ତିନିଠାକୁର । ଏହାସହ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତଙ୍କ ଆସି ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ ମଧ୍ୟ କରୁଛନ୍ତି । ତେବେ ଖୁବଶୀଘ୍ର ପୁରୀ ସ୍ୱାଭାବିକ ହେବ ବୋଲି ଭକ୍ତ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର