ପରିଚାଳନା କମିଟି ବୈଠକରେ ଆଗତ ହେଲା ଶ୍ରୀମନ୍ଦିରର ବାର୍ଷିକ ବଜେଟ୍‌, ବ୍ୟୟ ଅଟକଳ ୧୦୨କୋଟି

ପୁରୀ : ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକରେ ୨୦୧୯-୨୦ ମସିହା ପାଇଁ ବଜେଟ୍‌ ଉପସ୍ଥାପିତ କରାଯାଇଛି । କମିଟିର ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି । ଏହି ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର ପାଇଁ ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ କରିଥିବା ଜଣାପଡ଼ିଛି । ଚଳିତ ବଜେଟରେ ଶ୍ରୀମନ୍ଦିର ପାଇଁ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଦାନ ଅର୍ଥ ବଢ଼ାଇବା ପାଇଁ  ନିଷ୍ପତ୍ତି ନିଆ ଯାଇଛି ।

ଏହା ସହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ୩୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ନିଷ୍ପତ୍ତି ନିଆ ଯାଇଥିବା ବେଳେ ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ବଜେଟ୍‌ରେ ରଥଯାତ୍ରା ପାଇଁ ୬କୋଟି ଟଙ୍କାର ରଖାଯାଇଥିବା ସୂଚନା ମିଳିଛି । ଗଜପତି ମହାରାଜାଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ବେଳେ ବାର୍ଷିକ ୧୨ଲକ୍ଷ ଟଙ୍କା ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆ ଯାଇଛି ।

ସମ୍ବନ୍ଧିତ ଖବର