ସହରର ବାହାରୁ ଯେଉଁ ଦିଗରୁ ଚାହିଁଲେ କେବଳ ନୀଳଚକ୍ର ନୂହେଁ ପୁରା ଶ୍ରୀମନ୍ଦିର ଦିଶୁଛି। ସିଂହଦ୍ବାର ଗୁମୁଟଠାରୁ ସଂପୂର୍ଣ୍ଣ ଶ୍ରୀମନ୍ଦିର ଦିଶୁଛି। ଅଠରନଳାକୁ ଦୃଶ୍ୟ ହେଉନଥିବା ଶ୍ରୀମନ୍ଦିରକୁ ସହର ବାହାରେ ଥାଇ ବି ଭକ୍ତ ଦେଖି ପାରୁଛନ୍ତି। ଚନ୍ଦନପୁର ପରେ ଥିବା ଓଭରବ୍ରଜକୁ ମଧ୍ୟ ମନ୍ଦିର ଦୃଶ୍ୟ ହେଉଛି। ବାତ୍ୟାରେ ଘର, ବଡ ବଡ ଟାୱାର ଓ ସବୁଜିମା ଉଜୁଡିଯାଇଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ଜଣାପଡିଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ମହାପ୍ରଭୁଙ୍କ ସମୁଦ୍ରକୂଳରେ ଥିବା ଚକ୍ର ନାରାୟଣ ମନ୍ଦିରରେ ଏଥର ଭାଂଗିଯାଇଛି। ମନ୍ଦିର ଭିତରେ ପାଣିପଶି ସବୁ କିଛି ନଷ୍ଟ ହୋଇଯାଇଛି। ମନ୍ଦିରର ପୂଜକଙ୍କ କହିବା କଥା ବାତ୍ୟା ଦିନ ମନ୍ଦିର ଭିତରେ ପାଣି ପଶିଥିଲା। ମନ୍ଦିର ଭିତରେ ଏକ ଡଙ୍ଗା ପଶି ଆସିଥିଲା। ଏହି ମନ୍ଦିରର ପାଚେରୀ ଭୁଶୁଡିବା ସହିତ ବହୁତ କିଛି ନଷ୍ଟ ହୋଇଯାଇଛି।