ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପଡ଼ିଲା ବାଡ଼ : ସାଇକେଲ, ଗାଡ଼ିମୋଟର ଚଳାଚଳ ବନ୍ଦ

ପୁରୀ : କିଛିଦିନ ତଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଥିଲା। କେବଳ ସେବାୟତମାନଙ୍କୁ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଏ‌ହା ସତ୍ତ୍ବେ ସଂକ୍ରମଣ ଆଶଙ୍କା ବଢ଼ି ଚାଲିଥିବାରୁ ଆଜି ଶ୍ରୀମନ୍ଦିର ଚାରିଦିଗରୁ ବ୍ୟାରିକେଡ୍‌ ପକାଇ କେବଳ ଭକ୍ତ ନୁହେଁ, ଜନସାଧାରଣଙ୍କ ଯାତାୟତ ବନ୍ଦ କରି ଦିଆଯାଇଛି। ଏହି ବାଟ ଦେଇ ସାହି ଲୋକଙ୍କ ଯାତାୟାତରେ ବି କଟକଣା ଲଗାଯାଇଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଦାଣ୍ଡ ଉପରେ ବ୍ୟାରିକେଡ୍‌ ପକାଯାଇଛି। ଦୁଇଚକିଆ ଦୂରର କଥା ସାଇକେଲ୍‌ ବି ଯିବାକୁ ଦିଆଯାଇନି। କିନ୍ତୁ କିଛି ଅମାନିଆ ସାଇକେଲ ଚାଳକ ଏହାକୁ ଉଲ୍ଲଂଘନ କରି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର