ସଅଳ ପହୁଡ଼ରେ ରେକର୍ଡ଼: ସନ୍ଧ୍ୟା ୬ଟା ପୂର୍ବରୁ ପହୁଡ଼

ପୁରୀ : ଆଜି ସଅଳ ପହୁଡ଼ରେ ରେକର୍ଡ଼ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଠି ପ୍ରତିଦିନ ରାତି ପ୍ରାୟ ୧୨ଟାରେ ପହୁଡ଼ ହୋଇଥାଏ, ସେଠି ଆଜି ସନ୍ଧ୍ୟା ୬ଟା ପୂର୍ବରୁ ପହୁଡ଼ ଆଳତି ଶେଷ ହୋଇଛି। କେବଳ ପହୁଡ଼ ନୁହେଁ, ଅନ୍ୟାନ୍ୟ ନୀତିକାନ୍ତି ବି ସଅଳ ‌ଶେଷ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ଟା ୫୫ରୁ ଅପରାହ୍ଣ ୧ଟା ୫ ଭିତରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହୋଇଥିଲା। ପରେ ମଇଲମ, ବେଶ ଶେଷ ହୋଇଥିଲା। ଅପରାହ୍ଣ ୧ଟା ୪୫ରେ ସନ୍ଧ୍ୟା ଆଳତି, ୨ଟା ୧୦ରେ ତୃତୀୟ ଭୋଗମଣ୍ଡପ ପରେ ୨ଟା ୨୦ରେ ସନ୍ଧ୍ୟା ଧୂପ ପୂଜା ଆରମ୍ଭ ହୋଇଥିଲା। ସନ୍ଧ୍ୟା ଧୂପ ଟେରା ପଡ଼ିବା ପରେ ଅପରାହ୍ଣ ୩ଟା ୧୦ରେ ସନ୍ଧ୍ୟା ଧୂପ ଶେଷ ହୋଇଥିଲା। ୩ଟା ୩୫ରେ ଧ୍ବଜା ଆଜ୍ଞାମାଳ, ୩ଟା ୪୦ରେ ମଇଲମ, ୩ଟା ୫୫ରେ ଚନ୍ଦନଲାଗି ପରେ ସାଢ଼େ ୪ଟାରେ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ୫ଟା ୫ରେ ବଡ଼ସିଂହାର ଭୋଗ ପରେ ୫ଟା ୪୦ରେ ପହୁଡ଼ ଆଳତି ହୋଇଥିଲା।

ସମ୍ବନ୍ଧିତ ଖବର