ପୁରୀ ଷ୍ଟେସନ କୁଷ୍ଠ କଲୋନି ସ୍ଥାନାନ୍ତର ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ବର : ପୁରୀ ରେଳ ଷ୍ଟେସନ ନିକଟସ୍ଥ କୁଷ୍ଠ କଲୋନିକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କୁଷ୍ଠମୁକ୍ତଙ୍କ ଥଇଥାନ ନେଇ ହାଇକୋର୍ଟରେ ଦାଖିଲ ଜନସ୍ବାସ୍ଥ୍ୟ ମାମଲାର ଶୁଣାଣି କରି ଏହି ନିର୍ଦେଶ ହୋଇଛି।

ସୂଚନା ଅନୁଯାୟୀ, ଏହି କୁଷ୍ଠ କଲୋନିରେ ସମୁଦାୟ ୨୮ ପରିବାର ଅଛନ୍ତି। ଯେଉଁମାନେ ଅତି ଦୁର୍ଦ୍ଦଶା ମଧ୍ୟରେ ରହୁଥିବା ହାଇକୋର୍ଟଙ୍କ ନିର୍ଦେଶରେ ଗଠିତ ବୈଷୟିକ କମିଟି ଦେଖିବାକୁ ପାଇଥିଲା। ୩ ମାସ ମଧ୍ୟରେ ଏହି ପରିବାର ପାଇଁ ସ୍ବତନ୍ତ୍ର ଘର ନିର୍ମାଣ ସହିତ ଭିନ୍ନ ସ୍ଥାନରେ ଥଇଥାନ ପାଇଁ କୁହାଯାଇଛି। ରାଜ୍ୟରେ ଥିବା ୧୨କୁଷ୍ଠ କଲୋନିରେ ରହୁଥିବା କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ପୁନଃଥଇଥାନ ଯୋଜନାର ସମସ୍ତ କଲ୍ୟାଣମୂଳକ ପଦକ୍ଷେପ ଗୁଡ଼ିକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ରାଜ୍ୟ ବୈଷୟିକ କମିଟି ଦ୍ବାରା ନିଯୁକ୍ତ ଜିଲ୍ଲାସ୍ତରୀୟ ସବ୍‌କମିଟିଗୁଡ଼ିକୁ ଏହି ନିର୍ଦେଶ ଦିଆଯାଇଛି। କିଭଳି ଭାବରେ ଏହି ପୁନଃଥଇଥାନ ଯୋଜନା କାର୍ଯ୍ୟକାରୀ କରାଗଲା ସେ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ କୁହାଯାଇଛି। ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୮ ତାରିଖ ହେବ।

ସମ୍ବନ୍ଧିତ ଖବର