ସେବାୟତ ବେଶରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଗୁଣ୍ଡିଚା ମନ୍ଦିରରୁ ଧରାପଡ଼ିଲେ ଦୁଇ ଅଣସେବାୟତ

ପୁରୀ: ଗୁଣ୍ଡିଚା ମନ୍ଦିରରୁ ଦୁଇ ଜଣ ଅଣସେବାୟତ ଧରାପଡ଼ିଥିବାର ଖବର ମିଳିଛି। ମଙ୍ଗଳଆଳତୀ ସମୟରେ ଦୁଇ ଜଣ ଅଣସେବାୟତ ସେବାୟତ ବେଶରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରୁଥିଲେ । ଏହି ସମୟରେ ସେବାୟତଙ୍କ ହାତରେ ଏମାନେ ଧରାପଡ଼ିଛନ୍ତି । ଏହି ଦୁଇ ଅଣସେବାୟତଙ୍କୁ ଧରାଯିବା ପରେ କୁମ୍ଭାରପଡ଼ା ଥାନା ପୁଲିସ ହାତରେ ଦିଆଯାଇଛି ।

ପୁଲିସ ଏହି ଦୁଇ ଅଣସେବାୟତଙ୍କୁ ଧରିବା ପରେ ପଚରାଉଚରା କରୁଛି । ତେବେ ଚଳିତ ବର୍ଷ କରୋନା କଟକଣା କାରଣରୁ ରଥଯାତ୍ରାରେ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ପୁରା କଟକଣା ରହିଛି । ଏବେ ଗୁଣ୍ଡିଚାମନ୍ଦିର ସମ୍ମୁଖ ଅଞ୍ଚଳ ବ୍ୟାରିକେଡ୍ ବି ହୋଇଛି । ପୁଲିସର କଡ଼ା ପହରା ଭିତରେ ଗୁଣ୍ଡିଚା ମନ୍ଦିର ଭିତରକୁ କିପରି ଏହି ଅଣସେବାୟତ ପ୍ରବେଶ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର