ପୁରୀ ସବ୍‌ରେଜିଷ୍ଟ୍ରାର ନିଲମ୍ବିତ

ଭୁବନେଶ୍ବର : ପୁରୀ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଇନଚାର୍ଜ ସନ୍ତୋଷ କୁମାର ପତିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିଲମ୍ବନ ସମୟ‌ରେ ଆଇଜିଆର, କଟକଙ୍କ କାର୍ଯ୍ୟାଳୟରେ ଶ୍ରୀ ପତିଙ୍କ ହେଡ୍‌କ୍ବାର୍ଟର ଫିକ୍ସ କରାଯାଇଛି। ଉଲ୍ଲେଖ ଯେ ପୂର୍ବରୁ ଶ୍ରୀ ପତିଙ୍କ ନାଁରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିଲା।

ସମ୍ବନ୍ଧିତ ଖବର