ପୁରୀ: ପୁରୀ ଜିଲ୍ଲା ପୁଲିସ ଅଧିକ୍ଷକ ବିବାଦୀୟ ତାଳବଣିଆ ଥାନା ଅଧିକାରୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲା ପୁଲିସ ଇନସ୍ପେକ୍ଟର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ୪ ଜଣ ଇନ୍ସପେକଟରଙ୍କୁ ଅଦଳବଦଳ କରିଛନ୍ତି। ତାଳବଣିଆ ଥାନା ଇନସପେକ୍ଟର ରମାକାନ୍ତ ପାତ୍ରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିିବା ବେଳେ ଇନ୍ସପେକ୍ଟର ଗାୟତ୍ରୀ ମିଶ୍ରଙ୍କୁ ତାଳବଣିଆ ଥାନାର ଇନ୍ସପେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଇନ୍ସପେକ୍ଟର ନିଳିମା ପଟ୍ଟନାୟକଙ୍କୁ ଏନର୍ଜି ଥାନାର ଇନସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନସ୍ପେକ୍ଟର ସସ୍ମିତା ବେହେରାଙ୍କୁ କଣ୍ଟ୍ରୋଲ ରୁମ୍ ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ଇନସପେକ୍ଟର ଶ୍ରୀ ପାତ୍ର କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହିତ ଡାକ୍ତରମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ।
ବିବାଦୀୟ ତାଳବଣିଆ ଥାନା ଇନସପେକ୍ଟରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି
/sambad/media/post_attachments/wp-content/uploads/2018/01/puri-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)