ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ

ପୁରୀ: ଆଜି ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀମନ୍ଦିର। ଏହି ସମୟରେ ସାଧାରଣ ଦର୍ଶନ ବି ୪ ଘଣ୍ଟା ଧରି ବନ୍ଦ ରହିବ । ଆଜି ଫାଲଗୁନ କୃଷ୍ଣ ପଞ୍ଚମୀ ତିଥୀରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ଦତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ଚୂଡାନ୍ତ ହୋଇଛି । ଏହାଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା  ଧରି ଏହି ନୀତି ଗୋପନରେ ଚାଲିବ । ଏଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ।

ସମ୍ବନ୍ଧିତ ଖବର