ସେବାୟତଙ୍କୁ ମିଳିବ ପାରିମାଣିକ କ୍ଷତିପୂରଣ

ପୁରୀ :‌ ଶ୍ରୀମନ୍ଦିରରେ ଗତ ଅଗଷ୍ଟରୁ ପାରିମାଣିକ ଦର୍ଶନ ବନ୍ଦ ରହିଛି। ପାଳିଆ ସେବକମାନେ ଏଥିରୁ ଯେଉଁ ଭାଗ ପାଉଥିଲେ ତାହା ବନ୍ଦ ହୋଇଯିବାରୁ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ଭାବେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ଲାଗୁ କରିଛି। ଏହି ବ୍ୟବସ୍ଥା ଜାନୁଆରିରୁ କାର୍ଯ୍ୟକାରୀ ହେବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇ ସାରିଛନ୍ତି। କିନ୍ତୁ ଅଗଷ୍ଟରୁ ଜାନୁଆରି ପର୍ଯ୍ୟନ୍ତ ପାରିମାଣିକ ଟିକେଟ୍ ବାବଦକୁ ସେବାୟତମାନେ ଯେଉଁ କ୍ଷତି ସହିଛନ୍ତି ତାର ଭରଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗକୁ ଚିଠି ଲେଖିଛି। ପାରିମାଣିକ ଦର୍ଶନ ବନ୍ଦ ପରେ ବି ଶ୍ରୀମନ୍ଦିର ପ୍ରଶାସନ ଏ ବାବଦ ଟଙ୍କା ସେବାୟତମାନଙ୍କୁ ଦେଇ ଆସୁଥିଲା। ତେବେ ଗତ ଅଗଷ୍ଟରୁ ଏହି ଟଙ୍କା ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର