ପୁରୀ: ଶ୍ରୀମନ୍ଦିର ତିନି ଦ୍ୱାରରେ ରୁପା ଚାଦର ଲାଗିବ । ଏ ନେଇ ଆଜି ମୁମ୍ବାଇରୁ ୩ ଜଣିଆ ଦଳ ପୁରୀ ଆସିଥିଲେ । ଏହି ଟିମ ବେହରଣ ଦ୍ୱାରା, ଜୟ-ବିଜୟ ଦ୍ୱାରା ଓ କଳାହାଟ ଦ୍ୱାର ମାପଚୁପ କରିଛନ୍ତି । ରୁପା ଚାଦର ନିର୍ମାଣ ପାଇଁ ଜନୈକ ଗୁଜରାଟୀ ଭକ୍ତ ୧୯୨୦ କେଜି ରୁପା ଦେବେ । ପ୍ରତି ଦ୍ୱାରରେ ୬୪୦ କିଲୋ ରୁପା ଲାଗିବ ବୋଲି ଜଣାଯାଇଛି ।
ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଶ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ ସଂପର୍କିତ ପ୍ରସ୍ତାବ ପରିଚାଳନା କମିଟିରେ ଗୃହୀତ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଭକ୍ତ ଜଣକ ଗୁଜୁରାଟର ବୋଲି ଶୁଣିବାକୁ ମିଳିଛି। ଏହାଭିତରେ କିଛି ଡିଜାଇନ୍ ବି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/srimandir-1.jpg)