ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ଖବର ଆସିଛି। ଆଜି ସନ୍ଧ୍ୟାରେ ବସିଥିବା ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୬ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ।
/sambad/media/post_attachments/wp-content/uploads/2021/08/cb0c0095-82eb-474a-951c-0cece76a2181-1024x682.jpg)
ତେବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀବାସୀଙ୍କୁ ଜଗା ଦର୍ଶନର ସୁଯୋଗ ମିଳିବ। ପରେ ଅଗଷ୍ଟ ୨୩ ତାରିଖ ଠାରୁ ରାଜ୍ୟର ଅନ୍ୟ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ସବୁଠାରୁ ବଡ଼ କଥା ହେଲା ଯେ, ଶ୍ରୀମନ୍ଦିରରେ ଜଗା ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁ କରୋନା ଟିକାର ୨ ଡୋଜ୍ ନେଇଥିବା ଆବଶ୍ୟକ। ଯଦି ଟିକା ନେଇ ନଥିବେ ତା’ହେଲ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ।
/sambad/media/post_attachments/wp-content/uploads/2021/08/4d061480-6579-4578-9af9-126fa0eb38da-1.jpg)
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଆଗାମୀ ଅଗଷ୍ଟ ୧୬ ତାରିଖ (ସୋମବାର) ଠାରୁ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ। ଶ୍ରୀମନ୍ଦିର ଖୋଲିବାର ପ୍ରଥମ ୫ ଦିନ ପୁରୀବାସୀ ଜଗା ଦର୍ଶନ କରିପାରିବେ। ଅଗଷ୍ଟ ୨୧ ଓ ୨୨ ତାରିଖ ଯଥାକ୍ରମେ ଶନିବାର ଏବଂ ରବିବାର ପଡୁଛି। ପୁରୀରେ ଅଗଷ୍ଟ ମାସର ଶନିବାର ଓ ରବିବାର ସଟ୍ଡାଉନ୍ ରହୁଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। ଅଗଷ୍ଟ ୨୩ (ସୋମବାର) ଠାରୁ ରାଜ୍ୟର ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। କରୋନା ଟିକାର ୨ ଡୋଜ ନେଇଥିବା ଅଥବା ଟିକା ନେଇ ନଥିଲେ ଆର୍ଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିପାରିବ। ଏହି କଟକଣା ୪ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ପରବର୍ତ୍ତୀ ସମୟରେ କରୋନାର ସ୍ଥିତି ଦେଖି ଅନ୍ୟ ନିଷ୍ପତ୍ତି ନିଆଯିବ। ଛତିଶାନିଯୋଗର ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ନିଯୋଗର ସେବାୟତ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Puri-temple.jpg)