ପୁରୀ: ଫାଟକ ଥିଲା ଖୋଲା, ଲେବେଲ୍‌ କ୍ରସିଂ ପାର ହେଲା ତପସ୍ୱିନୀ ଏକ୍‌ସ୍‌ପ୍ରେସ୍‌ ! ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଲୋକେ

୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲେ ଖୋର୍ଦ୍ଧା ଡିଆର୍‌ଏମ୍‌

ପୁରୀ: ଶନିବାର ସକାଳ ୮ଟା ବେଳେ ଲେବେଲ୍‌ କ୍ରସିଂ ଫାଟକ ନ ପଡ଼ିଥିବା ଅବସ୍ଥାରେ କି ଭଳି ‘ତପସ୍ୱିନୀ ଏକ୍‌ସ୍‌ପ୍ରେସ୍‌’ ମାଟିଆପଡ଼ା ଛକ ଅତିକ୍ରମ କଲା ସେ ସଂକ୍ରାନ୍ତରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ଡିଆର୍‌ଏମ୍‌ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି।

ଘଟନାରୁ ଜଣାପଡ଼ିଛି ଯେ ସ୍ଥାନୀୟ ମାଟିଆପଡ଼ା ଛକରେ ଥିବା ଲେବେଲ୍‌ କ୍ରସିଂର ଫାଟକ ପଡ଼ି ନ ଥିବା ବେଳେ ହଟିଆ-ପୁରୀ
‘ତପସ୍ୱିନୀ ଏକ୍‌ସ୍‌ପ୍ରେସ୍‌’ ସେ ବାଟେ ଅତିକ୍ରମ କରିଯାଇଥିଲା। ସେତେବେଳେ ସେ ଛକ ଦେଇ ଯାତାୟାତ କରୁଥିବା କେତେକ ଲୋକ ନିଜେ ନିଜେ ସର୍ତକ ହେଇ ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲେ। ରେଳ ଆସୁଥିବା କଥା ଜାଣି ନ ପାରି ଜଣେ ବୃଦ୍ଧ ରାସ୍ତା ପାରି ହେବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଘଟନାସ୍ଥଳରୁ ନିରାପଦ ସ୍ଥାନକୁ ଟାଣି ଆଣିଥିଲେ।

ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଖୋର୍ଦ୍ଧା ଡିଆର୍‌ଏମ୍‌ ଘଟନାସ୍ଥଳ ପରିଦର୍ଶନ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କିଛି ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର