ପୁରୀ ଧାଡ଼ି ଦର୍ଶନ ନେଇ ହି˚ସାକାଣ୍ତ ପଛରେ ସରକାରୀ ଷଡ଼୍‌ଯନ୍ତ୍ର: କଂଗ୍ରେସ

ଭୁବନେଶ୍ବର : ଗତ ଅକ୍ଟୋବର ୩ ତାରିଖ ଧାଡି ଦର୍ଶନକୁ ବିରୋଧ ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିବା ସମୟରେ ପୁରୀରେ ଯେଭଳି ହି˚ସାକାଣ୍ତ ଘଟିଲା, ସେହି ଘଟଣାରେ କ˚ଗ୍ରେସ ସିଧାସଳଖ ଜିଲ୍ଲା ପ୍ରଶାସନ ଏବ˚ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛି। ଏହା ସରକାରୀ ଷଡ଼୍‌ଯନ୍ତ୍ର ଏବଂ ଏହା ବିରୋଧୀମାନଙ୍କୁ ଫସାଇବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି।

ଆଜି ଏ ନେଇ କ˚ଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଲେ ଯେ ପୁରୀ ବନ୍ଦ ସଂପର୍କରେ ଜିଲ୍ଲା ପ୍ରଶାସନ ଆରମ୍ଭରୁ ସଚେତନ ଥିଲେ ବି ବନ୍ଦ ସମୟରେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦେବା ପାଇଁ ତିଳେ ମାତ୍ର ସୁରକ୍ଷା ବ୍ୟବସ୍ଥା କରିନଥିଲେ। ଫଳରେ ଅପରାଧୀମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଏ ନେଇ ଖବର ପାଇ ମଧ୍ୟ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେଲାନାହିଁ। ଘଟଣା ଘଟିଗଲା ପରେ ଜିଲ୍ଲା ପ୍ରଶାସନ ଏବେ ବିରୋଧୀଙ୍କ ପଛରେ ପଡିଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ପୁରୀ ବନ୍ଦ ସମୟର ହି˚ସାକାଣ୍ତ ବିରୋଧୀମାନଙ୍କୁ ଫସାଇବା ପାଇଁ ସରକାରୀ ଷଡ଼୍‌ଯନ୍ତ୍ର ଥିଲା। ଯେଉଁ ଅଧିକାରୀଙ୍କ ପାଇଁ ପୁରୀ ଭଳି ଆନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ପର୍ଯ୍ୟଟନସ୍ଥଳୀରେ ହି˚ସାକାଣ୍ତ ଘଟିଲା ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର