ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଅସୁସ୍ଥ

ଖଜୁରୀପଡ଼ା : କନ୍ଧମାଳ ଜ଼ିଲ୍ଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି (ତାଡିସରୁ ବାଇ) ଅସୁସ୍ଥ ହୋଇପଡ଼ିଛନ୍ତି।

ରବିବାରଠାରୁ ଜ୍ୱର ଓ ବଦହଜମି କାରଣରୁ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଯାଇଛି। ଡାକ୍ତର ଉତ୍ତମ କୁମାର ବିଶ୍ବାଳଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ବ୍ଲକ୍‌ ଅଧ୍ୟକ୍ଷା ଅନିମା କହଁର, ସରପଞ୍ଚ ମନୋରଂଜନୀ ଜାନି, ବ୍ଲକ୍‌ କଂଗ୍ରେସ ସଭାପତି ସ୍ୱାଧୀନ ବେହେରା, ବରିଷ୍ଠ କଂଗ୍ରେସ ନେତା ପୀତାମ୍ବର ସାହୁ, ଯୁବ ସମାଜସେବୀ ଅନନ୍ତ କୁମାର ଦିଗାଲ, ଗୌରଚରଣ ବେହେରା, ‘ସମ୍ବାଦ’ ପ୍ରତିନିଧି ବଳଦେବ ବେହେରା, ବଳିଆ ପଣ୍ଡା, ନୀଳମାଧବ ପାଢ଼ୀ, ରାଇକିଶୋର ପ୍ରଧାନ, ମନୋଜ କୁମାର ପଣ୍ଡା, କୁଇ ସମାଜ ସଭାପତି ଲକ୍ଷ୍ମଣ ଝାଙ୍କର, ତହସିଲଦାର ସ୍ୱପ୍ନିତା ନାୟକ, ବିଡିଓ ରବୀନ୍ଦ୍ରନାଥ କହଁର ଓ ଥାନାଧିକାରୀ ଗେଲ୍ଲୀ କୁମାରୀ ସାହୁ ପ୍ରମୁଖ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର