ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଳ ମା’ ମଣିନାଗ ପୀଠ ରାସ୍ତାରେ ଅଧପନ୍ତରିଆ ଭାବେ ଥିବା ତୋରଣ ଏବେ ପୁର୍ଣ୍ଣାଙ୍ଗ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶିତ ହୋଇ ଆସୁଥଲା। ୨୦୧୨ ମସିହାରେ ୨ ଲକ୍ଷ ଟଙ୍କା ବୟରେ ଏହି ତୋରଣ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ହେଲେ ଅର୍ଥାଭାବରୁ କାମଟି ଏକ ଦଶନ୍ଧି ଧରି ପଡ଼ି ରହିଥିବା ବେଳେ ଏବେ ଏକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଅନୁଦାନରେ ଏହି କାମ ଶେଷ ହୋଇ ପାରିଛି। ପୂର୍ତ୍ତ ବିଭାଗ ଛକ ରାସ୍ତାଠାରୁ ମଣିନାଗ ପୀଠ ରାସ୍ତାକୁ ସଂଯୋଗ କରୁଥିବା ତୋରଣ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି।
ପୂର୍ଣ୍ଣାଙ୍ଗ ହେଲା ମଣିନାଗ ତୋରଣ
/sambad/media/post_attachments/wp-content/uploads/2022/10/564f65h4fs65fh465h4f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)