ଚନ୍ଦ୍ରଶେଖରପୁର : ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ବିଭିନ୍ନ ଟ୍ରେନ୍ ସେବା ବିଳମ୍ବିତ ହୋଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍ ସମୟରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା ୬.୩୦ରେ ଛାଡ଼ିବ। ସେହିପରି ଶୁକ୍ରବାର ପୁରୀରୁ ସକାଳ ୧୦.୫୫ରେ ଛାଡ଼ୁଥିବା ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା୬ଟାରେ ଛାଡ଼ିବ। ଶୁକ୍ରବାର ରାତିରେ ପୁରୀରୁ ଏବଂ ରବିବାର ରାତିରେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍କୁ ବାତିଲ୍ କରାଯାଇଛି। ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଘନ କୁହୁଡ଼ି କାରଣରୁ ଲିଙ୍କ୍ ଟ୍ରେନ୍ ଗୁଡ଼ିକ ବିଳମ୍ବରେ ଚାଲିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ୱରରୁ ବିଳମ୍ବରେ ଛାଡ଼ିବ ରାଜଧାନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ବାତିଲ୍
/sambad/media/post_attachments/wp-content/uploads/2018/01/puri-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)